Categories: ଜାତୀୟ

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୯।୬: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ପୂର୍ବାହ୍ନ ୮ଟା ୧୬ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା ବୋଲି ଜମ୍ମୁ-କଶ୍ମୀର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଗନ୍ଦେରଓ୍ବଲର ଦକ୍ଷିଣ-ପୂର୍ବର ୭ କିମି ଏବଂ ଶ୍ରୀନଗରଠାରୁ ୧୪ କିମି ଦୂରରେ ଥିବା ଆକଳନ କରାଯାଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଲଗାତାର ଭୂକମ୍ପ ଅନୁଭୂତ ହେବାରେ ଲାଗିଛି। ଏବେ ଜମ୍ମୁ-କଶ୍ମୀରରେ ଏଭଳି ହେବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share