ଥରିଲା ଜାପାନ ଓ ଦକ୍ଷିଣ ଫିଲିପାଇନ୍ସ୍‌

ଟୋକିଓ,୧୩।୭: ଜାପାନ ଏବଂ ଦକ୍ଷିଣ ଫିଲିପାଇନ୍ସ୍‌ରେ ଶନିବାର ଭୂକମ୍ପ ଅନୁଭୁତ ହୋଇଛି। ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବାବେଳେ ଦକ୍ଷିଣ ଫିଲିପାଇନ୍ସ୍‌ରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୮ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଫିଲିପାଇନ୍ସ୍‌ରେ ଭୋର୍‌ ଶନିବାର ୪ଟା ୪୨ରେ ଭୂକମ୍ପ ହୋଇଥିଲା। ଶୋଇଥିବା ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏଥିରେ କିଛି ଲୋକ ଆହତ ହୋଇଥିବା କୁହାଯାଉଛି।

Share