ଦୁଶାନ୍ବେ, ୧୬।୬: ତାଜିକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳ ୭ଟାରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭୂକମ୍ପର କେନ୍ଦ୍ର ଦୁଶାନ୍ବେର ୩୪୧ ପୂର୍ବ-ଦକ୍ଷିଣ-ପୂର୍ବରେ ଥିଲା ବୋଲି ଅନୁମାନ କରାଯାଉଛି। ଭାରତର ଜମ୍ମୁ-କଶ୍ମୀରରେ ମଧ୍ୟ ଏହାର ପ୍ରଭାବରେ ଭୂକମ୍ପ ଅନୁଭୁତ ହୋଇଥିବା କୁହାଯାଉଛି।