Categories: ଜାତୀୟ

ଥରିଲା ଦିଲ୍ଲୀ-ଏନ୍‌ସିଆର୍‌

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ଶୁକ୍ରବାର ଅପରାହ୍ନରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିବା କୁହାଯାଉଛି। ଏଥିରେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ବେଳେ ଲୋକେ କିନ୍ତୁ ଭୟଭୀତ ହୋଇପଡିଛନ୍ତି। ଏହାର ତୀବ୍ରତା ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳି ନାହିଁ।

Share