ଥରିଲା ନ୍ୟୁଜିଲାଣ୍ଡ: ସୁନାମୀ ଭୟରେ ଆତଙ୍କିତ ଲୋକେ

ଓ୍ବିଲିଂଟନ୍‌୧୬।୬: ନ୍ୟୁଜିଲାଣ୍ଡର ଉତ୍ତରପୂର୍ବ ଅଞ୍ଚଳରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ସମୟ ସକାଳ ୧୦ଟା ୫୫ରେ ଏହା ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ଥିବା ଆମେରିକା ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। କେରମାଡେକ୍‌ ଦ୍ୱୀପରେ ହୋଇଥିବା ଭୂକମ୍ପ ପରେ ସୁନାମୀ ଆସିବାର ଆଶଙ୍କା ଥିବା ସମ୍ପର୍କରେ ଲୋକଙ୍କ ସତର୍କ ସୂଚନା ଜାରି କରାଯାଇଛି। ସୁନାମୀ ଭୟରେ ଲୋକେ ଆତଙ୍କିତ ହୋଇପଡ଼ିଥିବା କୁହାଯାଉଛି। ତେବେ ସରକାରଙ୍କ ପକ୍ଷରୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଉଦ୍ଧାରକାରୀ ଦଳଙ୍କୁ ପରାମର୍ଶ ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୩୪ କିଲୋମିଟର ଗଭୀରରେ ଥିବା ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।

Share