Categories: ଜାତୀୟ

ଥରିଲା ବିକାନେର୍‌: ଲୋକେ ଆତଙ୍କିତ

ଜୟପୁର,୧୩।୧୦: ରାଜସ୍ଥାନ ବିକାନେର୍‌ରେ ରବିବାର ପୂର୍ବାହ୍ନ ୧୦ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର କେନ୍ଦ୍ର ଭୂଗର୍ଭର ୧୦ କିଲୋମିଟର ତଳେ ଥିବା ଅନୁମାନ କରାଯାଉଛି। ବିକାନେର୍‌ ସହିତ ଖାଜୁଓ୍ବାଲା, ସତାସର, ଛତରଗଡ଼, କାଲାସର, ନୁରସର ଆଦି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କ୍ଷୟକ୍ଷତି ସମ୍ପର୍କିତ କୌଣସି ସୂଚନା ମିଳିପାରି ନାହିଁ।

Share