Categories: ଜାତୀୟ

ଥରୁରଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଶନିବାର କଂଗ୍ରେସ ନେତା ଶଶି ଥରୁରଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସେ ଫେବୃୟାରୀରୁ ମେ ୨୦୨୦ ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ), ଫ୍ୟାନ୍ସ ଓ ନରଓ୍ବେ ଯାତ୍ରା କରିପାରିବେ। ସୂଚନାଯୋଗ୍ୟ, ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବା ଲାଗି ମଙ୍ଗଳବାର କୋର୍ଟରେ ଥରୁର ଆବେଦନ କରିଥିଲେ। ଥରୁର ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଏବେ ଜାମିନରେ ଥିବାରୁ ବିଦେଶ ଗସ୍ତ ଲାଗି କୋର୍ଟଙ୍କ ଅନୁମତି ଲୋଡା ପଡିଥିଲା।

Share