Categories: ଜାତୀୟ

ଥରୁରଙ୍କ ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀର ଏକ କୋର୍ଟ ଶନିବାର କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଏହି କଂଗ୍ରେସ ଏମ୍‌ପି ଏକ ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ତାଙ୍କ ଉପରେ ଏହି ଜରିମାନା ଲାଗିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଥରୁରଙ୍କ ବିବାଦୀୟ ବୟାନ ବିରୋଧରେ ଭାଜପା ନେତା ରାଜୀବ ବାବର ଅଭିଯୋଗ ଆଣିଥିଲେ। ୨୦୧୮ରେ ବେଙ୍ଗାଲୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଥରୁର କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବଲିଙ୍ଗ ଉପରେ ବସିଥିବା ଏକ ବିଛା ସଦୃଶ। ଏହାକୁ ନେଇ ପରେ ବିବାଦ ମୁଣ୍ଡ ଟେକିକା ସହ ଏହା କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।

Share