ଥାଇରଏଡ୍‌ ପାଇଁ ମେଦବହୁଳତା ଦାୟୀ ନୁହେଁ

ଥାଇରଏଡ୍‌ ପରି ସମସ୍ୟା ପାଇଁ ମେଦବହୁଳତା ଦାୟୀ ନୁହେଁ। ଏପରି ଏକ ରୋଚକପୂର୍ଣ୍ଣ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ଏ ସମ୍ପର୍କରେ ଦୀର୍ଘଦିନ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ମିଶିଗାନ୍‌ ମେଡିକାଲ ସେଣ୍ଟରର ବିଶେଷଜ୍ଞମାନେ ଏପରି କଥା ଜାଣିପାରିଛନ୍ତି। ଗବେଷଣା ସମୟରେ ଥାଇରଏଡ୍‌ ହରମୋନ୍‌ ସ୍ତରକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ତେବେ ଥାଇରଏଡ୍‌ ରୋଗୀଙ୍କର ହରମୋନ୍‌ ସ୍ତର ଯଦି କୌଣସି କାରଣରୁ ଅସନ୍ତୁଳିତ ହୁଏ ତେବେ ତାହାର ସେତେ ପ୍ରଭାବ ଥାଇରଏଡ୍‌ ଉପରେ ପଡି ନ ଥାଏ ବୋଲି ଉକ୍ତ ଗବେଷଣାରୁ ଜଣାପଡିଥିଲା। ବିଶେଷଭାବରେ ଥାଇରଏଡ୍‌ ରୋଗୀଙ୍କ ମନରୁ ଏଭଳି ଧାରଣା ଦୂରହେବା ଆବଶ୍ୟକ ବୋଲି ଉକ୍ତ ମେଡିକାଲ ସେଣ୍ଟର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।