ଥାଇରଏଡ ରୋଗରୁ ମୁକ୍ତି ପାଇବା ପାଇଁ, ଆପଣାନ୍ତୁ ଏହି ଘରୋଇ ଉପଚାର

ଥଣ୍ଡା ଦିନରେ ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା। ଏହା ଦ୍ୱାରା ଥାଇରଏଡ ରୋଗୀମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇପାରିବେ ।
ଅଦା: ପ୍ରାୟତଃ ସମସ୍ତଙ୍କ ଘରେ ସବୁବେଳେ ଅଦା ମହଜୁଦ ଥାଏ। ଅଦାର ଅନେକ ଔଷଧିୟ ଗୁଣ ରହିଛି। ଅଦାରେ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି ଯଥା-ପୋଟାସିୟମ, ମ୍ୟାଗନେସିୟମ ଇତ୍ୟାଦି। ଯାହା ଥାଇରଏଡ ରୋଗରୁ ମୁକ୍ତି ଦେଇଥାଏ । ଅଦାରେ ଆଣ୍ଟି-ଇଂଫଲେମେଟରି ଗୁଣ ଥିବାରୁ ଏହା ଥାଇରଏଡକୁ ବଢ଼ିବାରୁ ରୋକିଥାଏ ।
ଦହି ଓ କ୍ଷୀର: ଥାଇରଏଡ ରୋଗୀମାନେ ସର୍ବଦା କ୍ଷୀର ଓ ଦହି ଅଧିକ ମାତ୍ରାରେ ଖାଇବା ଦରକାର। କ୍ଷୀର ଓ ଦହିରେ କ୍ୟାଲସିୟମ, ମିନେରାଲ ଏବଂ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ। ଏହା ଥାଇରଏଡ ଭୋଗୁଥିବା ପୁରୁଷଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରଖିବାରେ ସହାୟକ ହୋଇଥାଏ ।
ଗହମ ଓ ଯଅ: ଥାଇରଏଡ ଗ୍ରନ୍ଥିକୁ ରୋକିବା ପାଇଁ ଗହମ ଓ ଯଅର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ଗହମ ଓ ଯଅ ଖାଇବା ଦ୍ୱାରା ସେଥିରେ ଥିବା ଆୟୁର୍ବେଦିକ ଗୁଣ ଥାଇରଏଡ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।