ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ

ବ୍ୟାଙ୍କକ୍‌,୭ା୬(ଆଇଏଏନ୍‌ଏସ୍‌) :ବେଆଇନ ଲଟେରି ଲଞ୍ଚ କରିବା ମାମଲାରେ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍‌ସିନ୍‌ ଶିନାଓ୍ବାତ୍ରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ଶିନାଓ୍ବାତ୍ରାଙ୍କୁ ଦୋଷୀସାବ୍ୟସ୍ତ କରି ଏଭଳି ଦଣ୍ଡବିଧାନ କରିଛନ୍ତି। ଏହି ଲଟେରି ବ୍ୟବସ୍ଥା ଯୋଗୁ ସରକାରୀ ରାଜକୋଷରୁ ୨୦୦୩-୨୦୦୬ ମଧ୍ୟରେ ୫୩.୮ ନିୟୁତ ଡଲାର କ୍ଷତି ହୋଇଥିଲା। ୨୦୦୬ରେ ଶିନାଓ୍ବାତ୍ରା ପ୍ରଧାନମନ୍ତ୍ରୀ ପଦରୁ ସେନା ଦ୍ୱାରା ବିତାଡ଼ିତ ହେବା ପରେ ୨୦୦୮ ପର୍ଯ୍ୟନ୍ତ ନିର୍ବାସିତ ଜୀବନ ବିତାଉଥିଲେ।

Share