Categories: ଖେଳ

ଥାଇଲାଣ୍ଡ୍‌ ଓପନ୍‌: ମୁଖ୍ୟ ପର୍ଯ୍ୟାୟରେ ସୌରଭ, ସାଇ

ବ୍ୟାଙ୍କକ୍‌, ୩୦।୭ (ପି.ଟି.)- ଭାରତୀୟ ଶଟ୍‌ଲର ସୌରଭ ବର୍ମା ଓ ସାଇ ଉତ୍ତେଜିଥା ରାଓ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଏଠାରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସୌରଭ ଓ ସାଇ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ବିଜୟ ଲାଭ କରିଥିଲେ। ସୌରଭ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୨୧-୧୮, ୨୧-୧୯ ଗେମ୍‌ରେ ଥାଇଲାଣ୍ଡର କଣ୍ଟାଓ୍ବାଟ୍‌ ଲିଲାଭେଚବଟର୍‌ଙ୍କୁ ପରାସ୍ତ କରିଥିଲେ। ଏହାପରେ ୨ୟ ରାଉଣ୍ଡରେ ୧୧-୨୧, ୨୧-୧୪, ୨୧-୧୮ ଗେମ୍‌ରେ ଚାଇନାର ଝୋଉ ଝେ କ୍ୱି’ଙ୍କୁ ହରାଇ ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ଏଥିପୂର୍ବରୁ ଝୋଉ ଅନ୍ୟତମ ଭାରତୀୟ ଖେଳାଳି ଅଜୟ ଜୟରାମଙ୍କୁ ପରାସ୍ତ କରିଥିଲେ। ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ସାଇ ଉତ୍ତେଜିଥା ୧୬-୨୧, ୨୧-୧୪, ୨୧-୧୯ ଗେମ୍‌ରେ କାନାଡାର ଟମ୍‌ ବ୍ରିଟ୍‌ନୀଙ୍କୁ ହରାଇ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ବୁଧବାରଠାରୁ ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହେବ।

Share