Categories: ଖେଳ

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ଦ୍ୱିତୀୟ ରାଉଣ୍ଡରେ ଦୀପ-ଦିଲେଶ୍ୱର

ଭୁବନେଶ୍ୱର, ୧୮।୯(କ୍ରୀଡ଼ା ପ୍ରତିନିଧି)-ବ୍ୟାଙ୍କକ୍‌ର ହୁଆମାର ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନର ଡବଲ୍ସ ଇଭେଣ୍ଟରେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ଆରମ୍ଭ ଭଲ ହୋଇଛି। ମଙ୍ଗଳବାର ପ୍ରଥମ ରାଉଣ୍ଡରେ ଓଡ଼ିଶାର ଦୀପ୍‌ ରଞ୍ଜନ ବିଶୋଇ ଓ ଦିଲେଶ୍ୱର ରାଓ ଦକ୍ଷିଣ କୋରିଆର କ୍ୟୁଙ୍ଗ ସିନ୍‌ ଓ ଜାଭିୟର ଡିଭିଲାରୀଙ୍କୁ ୧୯-୨୧, ୨୧-୧୭, ୨୧-୧୬ ପଏଣ୍ଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କ ଯୋଡ଼ି ସ୍କଟଲାଣ୍ଡର ରିଚାର୍ଡ ଓ୍ବିଲିୟମ ଓ କଲିନ ଲେସ୍‌ଲିଙ୍କୁ ସିଧାସଳଖ ୨୧-୧୨, ୨୧-୧୨ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ପୂର୍ବରୁ ଦୀପ୍‌ ରଞ୍ଜନ, ଦିଶେଶ୍ୱର ଓ ପ୍ରମୋଦ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ।

Share