ଥାଇଲାଣ୍ଡ ମନ୍ଦିରରୁ ଉଦ୍ଧାର ୮୦ ବାଘ ମୃତ

ବ୍ୟାଙ୍କକ୍‌,୧୭ା୯(ଏଏଫପି): ଥାଇଲାଣ୍ଡର ଏକ ବିବାଦୀୟ ମନ୍ଦିରରୁ ୧୪୭ ବାଘଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ନିଆଯାଇଥିଲା। ସେଥିରୁ ୮୦ରୁ ଊର୍ଦ୍ଧ୍ୱ ବାଘଙ୍କ ମୃତ୍ୟୁ ଘଟିଛି। ଜିନ୍‌ଗତ ସମସ୍ୟା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି। ଥାଇଲାଣ୍ଡର କାଞ୍ଚନବୁରୀ ପ୍ରଦେଶର ଓ୍ବାଟ ଫା ଲୁଆଙ୍ଗ ଟା ବୁଆ ମନ୍ଦିରରେ ଶତାଧିକ ବାଘ ରହିଥିଲେ। ସେଠାରେ ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବ ଅଭିଯୋଗ ହୋଇଥିଲା। ବାଘ କଙ୍କାଳ ବହୁମୂଲ୍ୟରେ ମନ୍ଦିର କର୍ତ୍ତୃପକ୍ଷ ବିକ୍ରି କରୁଥିବା ମଧ୍ୟ ଗୁଜବ ପ୍ରଚାର ହୋଇଥିଲା। ଫଳରେ ୨୦୧୬ରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ବାଘଗୁଡ଼ିକୁ ଉଦ୍ଧାର କରି ଅନ୍ୟତ୍ର ନେବା ଆରମ୍ଭ କଲେ। ସେମାନଙ୍କୁ ରାତଚାବୁରି ପ୍ରଦେଶ ନିକଟବର୍ତ୍ତୀ ଦୁଇଟି ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା। ୧୪୭ ବାଘରୁ ବର୍ତ୍ତମାନ ମାତ୍ର ୬୧ଟି ବଞ୍ଚତ୍ ରହିଛନ୍ତି। ଜିନ୍‌ଗତ କାରଣରୁ ସେମାନେ ନୂଆ ପରିବେଶରେ ଖାପ ଖୁଆଇପାରିଲେନି ବୋଲି କୁହାଯାଉଛି।

Share