ଥାଇ ଇଂଲିଶ ‘ଦି ନେଶନ୍‌’ର ମୁଦ୍ରଣ ବନ୍ଦ

ବ୍ୟାଙ୍କକ୍‌, ୨୯ା୬: ଥାଇଲାଣ୍ଡର ଇଂଲିଶ ଦୈନିକ ‘ଦି ନେଶନ୍‌’ର ଶେଷ ମୁଦ୍ରିତ ପ୍ରକାଶନ ଶୁକ୍ରବାର ପ୍ରକାଶ ପାଇଛି। ଏହା ଆଉ ପ୍ରକାଶ ପାଇବ ନାହିଁ, ବରଂ ଏହାକୁ ଅନଲାଇନ୍‌ ଭର୍ସନରେ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ହେଉଛି। ବିଦେଶୀ କମ୍ପାନୀ ଥାଇଲାଣ୍ଡର ଇଂଲିଶ ପ୍ରେସ୍‌ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ‘ଦି ନେଶନ୍‌’ ୧୯୭୧ ଜୁଲାଇ ୧ରେ ପ୍ରତିଷ୍ଠା ହୋଇଥିଲା ।
ଖବରକାଗଜ ଏହାର ସମ୍ମୁଖ ପୃଷ୍ଠାରେ ‘ଏ ନ୍ୟୁ ବିଗ୍‌ନିଙ୍ଗ୍‌ ଆଟ୍‌ ୪୮’ ଶୀର୍ଷକରେ ଏକ ବିଦାୟୀ ବାର୍ତ୍ତା ଦେଇଛି। ଉକ୍ତ ଦୈନିକ ଜୁଲାଇ ୧ରୁ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରିବ ବୋଲି ଦି ନେଶନ୍‌ ମଲ୍ଟିମେଡିଆ ଗ୍ରୁପ୍‌ ସୋମ୍‌ଚାଇ ମିସାଇନ୍‌ ସିଇଓ ପୂର୍ବରୁ ଘୋଷଣା କରିଥିଲେ। କାରଣ ଏହାର ୨୬% ପାଠକ ଥାଇଲାଣ୍ଡର ହୋଇଥିବାବେଳେ ପାଖାପାଖି ୭୦% ପାଠକ ବିଦେଶୀ। କିନ୍ତୁ ବିଦେଶୀ ପାଠକମାନେ ଏହାର ମୁଦ୍ରିତ ପ୍ରକାଶନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ୨୫ରୁ ୪୦ବର୍ଷ ବୟସ୍କ ଅଧିକାଂଶ ପାଠକ ନୂଆ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଥିବାରୁ ଏହାର ଡିଜିଟାଲ୍‌ ଭର୍ସନ ସମସ୍ତଙ୍କ ପାଖରେ ପହଞ୍ଚତ୍ପାରିବ ବୋଲି ସେ କହିଛନ୍ତି। କିଛି ଦଶନ୍ଧି ହେଲା ଏହା କ୍ଷତିରେ ଚାଲିଥିବା ଜଣାପଡିଛି।

Share