ଥାଇ କର୍ନ କେକ୍‌

ସୁଆଦିଆ ଖାଦ୍ୟ ସମସ୍ତଙ୍କର ପସନ୍ଦ। ସେଥିପାଇଁ ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ।ପର୍ଯ୍ୟଟନ ସହର ପୁରୀର ହୋଟେଲ,ରେଷ୍ଟୁରାଣ୍ଟଗୁଡ଼ିକରେ ଗ୍ରାହକଙ୍କ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ ହେଉଛି। ହୋଟେଲ ମାଲିକମାନେ ମଧ୍ୟ ଗ୍ରାହକଙ୍କ ରୁଚିକୁ ଦେଖି ବିଭିନ୍ନ ପ୍ରକାର ଡିଶ୍‌ ପ୍ରସ୍ତୁତ କରୁଛନ୍ତିି। ସ୍ନାକ୍ସ ଆଇଟମ୍‌ ବି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ। ସି ବିଚ୍‌ ରୋଡ୍‌ରେ ରହିଥିବା ହୋଟେଲ ଗୋଲ୍‌ଡେନ ଟ୍ରିରେ ଥାଇ କର୍ନ କେକ୍‌ର ବେଶ୍‌ ଚାହିଦା ରହିଛି।ଏହି ସ୍ନାକ୍ସ ଆଇଟମ୍‌ର ପ୍ଲେଟ ଦାମ୍‌ ରହିଛି ୨୭୦ ଟଙ୍କା। ତେବେ ଏହାର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶେଫ୍‌ ଦୋଳଗୋବିନ୍ଦ ବାରିକ କୁହନ୍ତି…

ଆବଶ୍ୟକ ସାମଗ୍ରୀ:

କର୍ନ- ୨୦୦ ଗ୍ରାମ୍‌
ଅଦା ଚପ୍‌- ୨୦ ଗ୍ରାମ୍‌
ରସୁଣ ଚପ୍‌- ୨୦ ଗ୍ରାମ୍‌
ଲଙ୍କାଗୁଣ୍ଡ- ୫ ଗ୍ରାମ୍‌
ଧନିଆପତ୍ର- ୫ ଗ୍ରାମ୍‌
ଲେମ୍ବୁ ପତ୍ର- ୨ଟା
ରେଡ୍‌ କରିପେଷ୍ଟ- ୧ ଚାମଚ
ମକା ପାଉଡ଼ର- ୧୦ ଗ୍ରାମ୍‌
ତେଲ- ୨୦୦ଗ୍ରାମ୍‌
ନଡ଼ିଆରସ- ଅଧା ଚାମଚ
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କର୍ନକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ।ଲେମ୍ବୁରସ, ଲେମ୍ବୁପତ୍ର, ମକା ପାଉଡ଼ରରେ ଏହାକୁ ମିଶାଇ ଛୋଟଛୋଟ କେକ୍‌ ଭଳି କରନ୍ତୁ।ପରେ ନିଅଁ।ରେ କଡ଼ାଇ ବସାଇ ତେଲ ଗରମ କରିଦିଅନ୍ତୁ।ତେଲ ଭଲ ଭାବେ ଗରମ ହୋଇଗଲା ପରେ ଏହି କେକ୍‌ଗୁଡ଼ିକୁ ଛାଣି ଦିଅନ୍ତୁ।ଅନ୍ୟ ଏକ କଡ଼ାଇରେ ତେଲ ପକାଇ ଅଦା ଚପ୍‌, ରସୁଣ ଚପ୍‌, ରେଡ୍‌କରି ପେଷ୍ଟ, ଲଙ୍କାଗୁଣ୍ଡ ପକାଇ ଭାଜନ୍ତୁ।ଏହା ଭାଜି ହୋଇଯିବା ପରେ ପୂର୍ବରୁ ଛଣା ଯାଇଥିବା କେକ୍‌ ଉପରେ ଏହାକୁ ଢାଳି ଦିଅନ୍ତୁ।ଶେଷରେ ଏହା ଉପରେ ନଡ଼ିଆ ରସ ଓ ଧନିଆପତ୍ର ଦେଇ ସଜାଇ ରଖନ୍ତୁ।ଏବେ ପ୍ରସ୍ତୁତ ହୋଇଗଲା ଥାଇ କର୍ନ କେକ୍‌ ।