ବରଗଡ଼ ଅଫିସ୍,୩୧।୩-ବରଗଡ଼ ଟାଉନ ଥାନା ପରିସରରେ ମଙ୍ଗଳବାର ନିରାଡ଼ମ୍ବର ଭାବେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୧୭ ନଦୀପଡ଼ାର ପବିତ୍ର ସାହୁ ଅମ୍ବାପାଲିର ଲକ୍ଷ୍ମୀ ମେହେରଙ୍କୁ ଜୀବନସାଥୀଭାବେ ଗ୍ରହଣ କରିଛନ୍ତି । ବିବାହ ସମୟରେ ଅତିରିକ୍ତ ଏସ୍ପି ଅମରେନ୍ଦ୍ର ରଣା, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ, ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହେରୀ, ରମେଶ ମହାପାତ୍ର, ମହମ୍ମଦ ଅଲିମ, ମହମ୍ମଦ ନିଜାମ୍, ରମେଶ ପତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ କରୋନା ପାଇଁ ସମସ୍ତେ ବର୍ତ୍ତମାନ ସତର୍କ ଓ ସଚେତନ ଥିବାରୁ ବରକନ୍ୟାଙ୍କ ସମେତ ଅନ୍ୟ ସାମାଜିକ କର୍ମୀମନେ ମୁହଁରେ ମାସ୍କ ବାନ୍ଧି ଥାନାକୁ ଆସିଥିଲେ। ଥାନା ପରିସରରେ ସମସ୍ତେ ଭଲ ଭାବେ ହାତ ଧୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।