Categories: ଜାତୀୟ

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ ଅଭିମାନ କରି ପ୍ରହ୍ଲାଦ ଜୟପୁର ଥାନା ବାହାରେ ଧାରଣାରେ ବସିଥିଲେ। ସୂନଚାଯୋଗ୍ୟ, ପ୍ରହ୍ଲାଦ ମୋଦି ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର-ଆଜମେର ଜତୀୟ ରାଜମାର୍ଗରେ ଯାତ୍ରା କରୁଥିଲେ। ଏଥିପାଇଁ ସେ ପୋଲିସ ସୁରକ୍ଷା ଦାବି କରିଥିଲେ। କିନ୍ତୁ ସୁରକ୍ଷା ନ ମିଳିବାରୁ ସେ ବଗରୁ ଥାନାରେ ଧାରଣାରେ ବସିଥିଲେ। ଏହି ମାମଲାରେ ଜୟପୁର ପୋଲିସ ଆୟୁକ୍ତ ଆନନ୍ଦ ଶ୍ରୀବାସ୍ତବ କହିଛନ୍ତି, ସଡ଼କ ମାର୍ଗରେ ପୋଲିସ ସୁରକ୍ଷା ଯୋଗାଇ ଦେବା ସମ୍ଭବ ନୁହେଁ। କାରଣ ସେ ତା’ର ପାତ୍ର  ନୁହଁନ୍ତି। ତାଙ୍କୁ କେବଳ ୨ଟି ପିଏସଓ ଉପଲବ୍ଧ କରାଯିବାର ଆଦେଶ ଦିଆଯାଇଥିଲା। କିନ୍ତୁ ପ୍ରହ୍ଲାଦ ଏଥିରେ ରାଜି ହୋଇ ନ ଥିଲେ। ସେ ନିଜ ଗାଡି ପରିବର୍ତ୍ତେ ପୋଲିସ ଗାଡିରେ ଯାତ୍ରା କରିବାକୁ ଚାହୁଁଥିଲେ ବୋଲି ଆନନ୍ଦ କହିଛନ୍ତି। ପାଖାପାଖି ୪ ଘଣ୍ଟା ଧାରଣାରେ ବସିବା ପରେ ପୋଲିସ ବୁଝାସୁଝା କରିଥିଲା। ପରେ ସେ ଧାରଣାରୁ ଉଠିଥିଲେ।

Share