ନୂଆଦିଲ୍ଲୀ,୩ା୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଆଶିଷ ଦତ୍ତ, ଖ୍ୟାତନାମା ବୈଜ୍ଞାନିକ ଆର୍. ରାଜାରମଣ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ଜଣ ପୂର୍ବତନ ପ୍ରଫେସରଙ୍କ କାର୍ଯ୍ୟର ସମୀକ୍ଷା ଲାଗି ପ୍ରଶାସନ ସେମାନଙ୍କୁ ସିଭି (କରିକୁଲମ୍ ଭିଟା) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଫେସରମାନେ ଅବସର ନେବାପରେ ସେମାନଙ୍କ ବିଭାଗରେ କାର୍ଯ୍ୟ କରୁଛନ୍ତି। ଥାପରଙ୍କୁ ପ୍ରଶାସନ ସିଭି ମାଗିବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। ତେବେ ସେମାନଙ୍କର ପ୍ରଫେସର ଏମିରଟସ୍ ମାନ୍ୟତା ପ୍ରତ୍ୟାହାର ହେବନାହିଁ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।