‘ଥାପ୍ପଡ୍‌’ରେ ନଜର ଆସିବେ ତାପସୀ

ବଲିଉଡ଼ରେ ଖୁବ୍‌ କମ ଦିନରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁଙ୍କ ନାମ ସର୍ବାଗ୍ରେ ଆସେ। ସେ କଷ୍ଟକର ଅଭିନୟ କରିବାକୁ ପସନ୍ଦ କରିଥାନ୍ତି। ସବୁ ଫିଲ୍ମରେ ତାଙ୍କ ଚରିତ୍ରକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥାଏ। ଗତ ବର୍ଷ ‘ମୁଲ୍‌କ’, ଏହି ବର୍ଷ ‘ବଦ୍‌ଲା’ ଓ ‘ଗେମ୍‌ ଓଭର୍‌’ ପରି ଫିଲ୍ମରୁ ପ୍ରଶଂସା ପାଇଥିବା ତାପସୀ ପୁଣିଥରେ ଅନୁଭବ ସିହ୍ନାଙ୍କ ସହିତ ହାତ ମିଳାଇଛନ୍ତି। ଦ୍ୱିତୀୟଥର ତାପସୀଙ୍କ ସହିତ ଅନୁଭବ କାମ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ହେବ ‘ଥାପ୍ପଡ଼୍‌’। ତାପସୀ ନିଜେ ଏହି ଖବରକୁ ଟୁଇଟ କରି ଜଣାଇଛନ୍ତି। ଟୁଇଟରେ ସେ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୮ରେ ଏହି ଫିଲ୍ମଟି ରିଲିଜ୍‌ ହେବ।

Share