ନୂଆଦିଲ୍ଲୀ,୧୯।୪: ଲକ୍ଡାଉନ ସମୟରେ ଇ-କସର୍ମ ସାଇଟରେ ଜରୁରୀ ବିକ୍ରି ନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ଦେଶର ଖୁଚୁରା ବ୍ୟବସାୟୀମାନେ ବିରୋଧ କରିଥିବା ଦେଖାଯାଇଛି। ଏହାର ପ୍ରତିବାଦରେ ୧୯ଏପ୍ରିଲରେ ସାରା ଦେଶର ଖୁଚୁରା ବ୍ୟବସାୟୀମାନେ ଥାଳି ବଜାଇ ପ୍ରତିରୋଧ କରିବେ। ଅନ୍ଲାଇନରେ ଅଣ ଜରୁରୀ ସାମଗ୍ରୀର ବିକ୍ରି ନେଇ ସରକାର ଅନୁମତି ଦେଇଥିବା ବେଳେ ଏହା ନ୍ୟାୟ ସଙ୍ଗତ ନୁହେଁ । ଖୁଚୁରା ବ୍ୟବସାୟକୁ ଶେଷକରି ଦେବାକୁ ଏହା ଏକ ଷଡ଼ଯନ୍ତ୍ର। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ରବିବାର ସନ୍ଧ୍ୟା ୭ଟାରେ ବ୍ୟବସାୟୀମାନେ ନିଜ ଘରେ ରହି ସାମାଜିକ ଦୂରତ୍ୱ ପାଳନ କରିବା ସହ ଥାଳି, ଘଣ୍ଟ ଏବଂ ଶଙ୍ଖ ବଜାଇ ବିରୋଧ କରିବେ। ଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ବ୍ୟାପାର ମଣ୍ଡଳ ପକ୍ଷରୁ ରାଷ୍ଟ୍ରୀୟ ମହାସଚିବ ବି.କେ. ବଂଶଲ କହିଛନ୍ତି ଯେ, ଲକ୍ଡାଉନକୁ ସଫଳ କରିବା ଲାଗି ଖୁଚୁରା ବ୍ୟବସାୟୀଙ୍କର ଯୋଗଦାନ ରହିଛି। ଖୁଚୁରା ବ୍ୟବସାୟୀମାନେ ଏୟାର କଣ୍ଡିସନର, ଫ୍ରିଜ୍, କୁଲର ଭଳି ସାମଗ୍ରୀ ରଖି ବସି ରହିଛନ୍ତି। ମାତ୍ର ସରକାର ଇ-କସର୍ମ କିଭଳି ଅନୁମତି ଦେଲେ ଯାହା ନ୍ୟାୟ ସଙ୍ଗତ ନୁହେଁ।