Categories: ଜାତୀୟ

ଥୋରଟ୍‌ କଂଗ୍ରେସ ନେତା

ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରଟ୍‌ଙ୍କୁ ଦଳ ପକ୍ଷରୁ ମଙ୍ଗଳବାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ତଥା ମହାରାଷ୍ଟ୍ର ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ବିଧାୟକ ଦଳର ବୈଠକ ଶେଷରେ ଏହା ଘୋଷଣା କରିଛନ୍ତି। ଏହି ନାମକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ବୀକୃତି ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି। ଥୋରଟ୍‌ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ କ୍ୟାବିନେଟ୍‌ରେ ଥୋରାଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି।

Share