ଥ୍ରେସର ମେଶିନ୍‌ରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଯୋଡ଼ା ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣିଡିହା ଗ୍ରାମରେ ମଙ୍ଗଳବାର ଧାନ ଅମଳ କରାଯାଉଥିବା ଥ୍ରେସର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଭୋର ସମୟରେ ଉକ୍ତ ଗ୍ରାମର ଶ୍ରମିକ ଚନ୍ଦ୍ର ମୁଣ୍ଡା (୪୦) କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ମେଶିନରେ ଥିବା ଫ୍ୟାନ ବେଲ୍ଟରେ ତାଙ୍କ ହାତ ଲାଗିଯାଇଥିଲା। ଫଳରେ ସେ ଚାପି ହୋଇଯାଇଥିଲେ। ତାଙ୍କୁ ମେଶିିନ୍‌ ଭିତରୁ ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ହେଁ, ବୁଧବାର ସକାଳ ୯ଟାରେ ଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ ବାମେବାରୀ ଥାନାରେ ଏକ ମାମଲା (ନଂ.୧୬୭/୨୦୧୯) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି।