ଦକ୍ଷତା ବଢିଲେ ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ

ସୋନପୁର,୧୪।୯(ନି.ପ୍ର.)
ପ୍ରଶିକ୍ଷଣ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦକ୍ଷତା ବୃଦ୍ଧି କରିବାକୁ ପଡିବ। ଦକ୍ଷତା ବଢିଲେ ହିଁ ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଖୁଞ୍ଜିଆବାହାଲ ଗ୍ରାମରେ ଅନୁଷ୍ଠିତ ବାଉଁଶ ଶିଳ୍ପ ତାଲିମ ଶିବିରରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ନାବାର୍ଡ ଓ ଶ୍ୱୋର ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଏହି ତାଲିମ ଶିବିର ଶୁକ୍ରବାର ଉଦ୍‌ଘାଟିତ ହୋଇଥିଲା। ଏସ୍‌ଏଚଜିର ୩୦ଜଣ ସଭ୍ୟା ୧୫ ଦିନ ପର୍ଯ୍ୟନ୍ତ ଏଠାରେ ବାଉଁଶରେ ବିଭିନ୍ନ ସୂକ୍ଷ୍ମ କାରୁ କାର୍ଯ୍ୟ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ନେବେ। ନାବାର୍ଡର ଡିଡିଏମ ତାପସ ଶଙ୍କର ରାଉତ, ଏଲଡିଏମ ସରୋଜ କୁମାର ଦାଶ, ଡିଆରଡିଏର ଏଫଆଇସି ସୋମନାଥ ପୁରୋହିତ ଓ ଷ୍ଟେଟ୍‌ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ରାଜକିଶୋର ରାୟ ପ୍ରମୁଖ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ବୁଝାଇଥିଲେ।