ଦକ୍ଷିଣକୋରିଆ ଉପରେ ଆକ୍ରମଣ ପାଇଁ ଧମକ ଦେଲେ କିମ୍‌ଙ୍କ ଭଉଣୀ

ସିଓଲ, ୧୪।୬: ଦକ୍ଷିଣକୋରିଆ ଉପରେ ଆକ୍ରମଣ କରିବା ଲାଗି ଉତ୍ତରକୋରିଆ କହିଛି। ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଏନେଇ ଦକ୍ଷିଣକୋରିଆକୁ ଧମକ ଦେଇଛନ୍ତି। କାସେଙ୍ଗ୍‌ ସହରରେ ଥିବା କାର୍ଯ୍ୟାଳୟକୁ ଶୀଘ୍ର ବନ୍ଦ କରାଯିବ ବୋଲି ସେ କହିଛନ୍ତି। ଦକ୍ଷିଣକୋରିଆ ଭଳି ଶତ୍ରୁ ଦେଶ ସହିତ ଉତ୍ତରକୋରିଆ କୌଣସି ସମ୍ପର୍କ ରଖିବାକୁ ଚାହେଁ ନାହିଁ ବୋଲି ସେ କହିଛନ୍ତି। ଉତ୍ତରକୋରିଆ ମିଲିଟାରି ଅଧିକାରୀ ପରବର୍ତ୍ତୀ କାର୍ଯ୍ୟଧାରା କରିବେ ବୋଲି ସେ ସୂଚନା ଦେଇଛନ୍ତି। ସୀମାରେ ଦକ୍ଷିଣକୋରିଆ ଉତ୍ତରକୋରିଆ ବିରୋଧୀ ଷଡ଼ଯନ୍ତ୍ର ରୋକିବାରେ ବିଫଳ ହୋଇଥିବାରୁ ଜୋଙ୍ଗ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଦକ୍ଷିଣକୋରିଆ ସହିତ ଉତ୍ତରକୋରିଆ ସମସ୍ତ ସମ୍ପର୍କ ଛିନ୍ନ କରିବା ସମ୍ପର୍କରେ ଘୋଷଣା କରିଥିଲା।

Share