Posted inଖେଳ

ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ଡୁପ୍ଲେସିଙ୍କ ଇସ୍ତଫା

ଜୋହାନ୍ସବର୍ଗ, ୧୭।୨(ପି.ଟି.)- ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ବରିଷ୍ଠ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଇସ୍ତଫା ଦେଇଛନ୍ତି। ସେ ୩ଟି ଫର୍ମାଟର ନେତୃତ୍ୱରୁ ଓହରିଯାଇଛନ୍ତି। ପରବର୍ତ୍ତୀ ପିଢିକୁ ସୁଯୋଗ ଦେବା ପାଇଁ ସେ ନେତୃତ୍ୱ ଛାଡିଛନ୍ତି ବୋଲି କହିଛନ୍ତି। ତେବେ ୩୫ ବର୍ଷୀୟ ଡୁପ୍ଲେସି ପୂର୍ବପରି ଦଳ ପାଇଁ ଖେଳ ଜାରି ରଖିବେ ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା ତରଫରୁ କୁହାଯାଇଛି। ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ସେ ଖେଳ ଜାରି ରଖିବେ ନାହିଁ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୟୁଣ୍ଟନ ଡି କକ୍‌ ଦଳର ନେତୃତ୍ୱ ନେଇଥିଲେ। ନେତୃତ୍ୱ ଛାଡିବା ନିଷ୍ପତ୍ତି କଷ୍ଟକର ଥିଲା। ତେବେ ଡିକକ୍‌ଙ୍କୁ ସମର୍ଥନ କରୁଛି ବୋଲି ୩୫ ବର୍ଷୀୟ ଡୁପ୍ଲେସି କହିଛନ୍ତି।
ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ରେ ଡୁପ୍ଲେସିଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପୁଣି ଏହାପରେ ଘରୋଇ ପରିବେଶରେ ଅନୁଷ୍ଠିତ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡଠାରୁ ୩-୧ରେ ପରାସ୍ତ ହୋଇଥିଲା। ବ୍ୟାଟିଂ ପ୍ରଦର୍ଶନରେ ମଧ୍ୟ ତାଙ୍କର ଅବନତୀ ହୋଇଥିଲା। ୧୪ଟି ଟେଷ୍ଟ ଇନିଂସରୁ ସେ ୨୦.୯୨ ହାରରେ ରନ୍‌ ସଂଗ୍ରହ କରିଥିଲେ। ଫଳରେ ସେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିଲେ। ଦଳର ବୃହତ୍ତର ସ୍ବାର୍ଥ ପାଇଁ ଏପରି ନଷ୍ପତ୍ତି ନେଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ୩ଟି ଯାକ ଫର୍ମାଟରେ ଖେଳ ଜାରି ରଖିବି ବୋଲି ଡୁପ୍ଲେସି ସ୍ପଷ୍ଟ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଓ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଡୁପ୍ଲେସି ଏହି ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଥାଉ କି, ଡୁପ୍ଲେସିଙ୍କ ନେତୃତ୍ୱରେ ୩୬ଟି ଟେଷ୍ଟ ଖେଳି ଦକ୍ଷିଣ ଆଫ୍ରିକା ୧୮ଟିରେ ବିଜୟୀ ହୋଇଥିବା ବେଳେ ୧୫ଟିରେ ପରାଜୟ ବରଣ କରିଛି। ତେବେ ୩୯ଟି ଦିନିକିଆରୁ ଦକ୍ଷିଣ ଆଫ୍ରିକା ୨୮ ଓ ୩୭ଟି ଟି୨୦ରୁ ୨୩ଟିରେ ବିଜୟୀ ହୋଇଛି। ସେ ଏପର୍ଯ୍ୟନ୍ତ ୬୫ ଟେଷ୍ଟ, ୧୪୩ ଦିନିକିଆ ଓ ୪୪ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛାଡପତ୍ର ଖବର ମଧ୍ୟରେ ପ୍ରଥମ ଥର ମୁହଁ ଖୋଲିଲେ ଧନଶ୍ରୀ ବର୍ମା, କହିଲେ-”ମୋ ଚରିତ୍ର…”

ନୂଆଦିଲ୍ଲୀ,୮ା୧: ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଖବର ଉପରେ ଧନଶ୍ରୀ ଧର୍ମେନ୍ଦ୍ର ଶେଷରେ ନିରବତା ଭାଙ୍ଗିଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରି ଧନଶ୍ରୀ ଭିତ୍ତିହୀନ...

ସମସ୍ତ ପ୍ରକାର ଫର୍ମଟରୁ ଅବସର ଘୋଷଣା କଲେ ମାର୍ଟିନ ଗୁପ୍ଟିଲ୍, ଭାରତ ମୁହଁରୁ ଛଡାଇ ନେଇଥିଲେ ବିଜୟ

ନୂଆଦିଲ୍ଲୀ,୮।୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦୁର୍ଦଶ ବ୍ୟାଟର ମାର୍ଟିନ ଗୁପ୍ଟିଲ୍। ୩୮ ବର୍ଷୀୟ ଗୁପ୍ଟିଲ୍ ତାଙ୍କ ୧୪ ବର୍ଷର ଲମ୍ବା...

ଆମେରିକା ଚାହିଁଲେ ୨ ଘଣ୍ଟାରେ ଗ୍ରୀନଲାଣ୍ଡ ଉପରେ କରିପାରେ କବ୍ଜା, ପଢ଼ନ୍ତୁ ସ୍ବତନ୍ତ୍ର ରିପୋର୍ଟ…

ନ୍ୟୁୟର୍କ,୮।୧: ଗ୍ରୀନଲ୍ୟାଣ୍ଡକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ‘ଗ୍ରେଟର୍‌ ଆମେରିକା’ ମିଶନ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ...

କଟିବ ପାକିସ୍ତାନର ନାକ, ହାତରୁ ଚାଲିଯାଇପାରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ କ୍ଷମତା…

ନୂଆଦିଲ୍ଲୀ,୮।୧: ଅଧାରେ ରହିପାରେ ପାକିସ୍ତାନ ଏବଂ ଏହାର କ୍ରିକେଟ ବୋର୍ଡ ପିସିବିର ଆଶା। କାରଣ ଦଳ ହାତରୁ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ହେବାର କ୍ଷମତା ଚାଲିଯାଇପାରେ।...

କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଆଇସିସି ର଼୍ୟାଙ୍କିଂରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଜସପ୍ରୀତ ବୁମ୍‌ରା ଉପକୃତ ହୋଇଛନ୍ତି। ବୁମ୍‌ରା ଜୀବନର ଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ...

୬ ମାସ ଯାଏ ଟିମ୍‌ରୁ ବାଦ୍‌ ପଡ଼ିପାରନ୍ତି ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଚାମ୍ପିଅନ୍ସ ଟ୍ରଫି ଲାଗି ଜାନୁଆରୀ ୧୨ରେ ଦଳ ଘୋଷଣା ହେବ। ଏଥିରେ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ...

ଜାଣିଶୁଣି ବୁମ୍‌ରାଙ୍କୁ ଉସ୍‌କାଇଥିଲି…ନିଜ ଭୁଲ୍‌ ମାନିଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୮।୧: ଏକ ଦଶନ୍ଧି ପରେ ଅଷ୍ଟ୍ରେଲିଆ ଭାରତରୁ ବର୍ଡର-ଗାଭାସ୍କର ଟ୍ରଫି ଛଡ଼ାଇ ନେଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଅଧୀନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ...

ଫିଟ୍‌ ହୋଇଗଲେଣି, ତଥାପି NCAରେ କାହିଁକି ଅଛନ୍ତି ଶାମି? ପ୍ରଶ୍ନ ଉଠାଇଲେ ପଣ୍ଟିଂ-ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧: ଫିଟ୍‌ ହୋଇଗଲେଣି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ତଥାପି ତାଙ୍କୁ ଦଳରେ ନିଆଯାଉନାହିଁ। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri