Categories: ଖେଳ

ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ସିରିଜ: ଫୋକସ୍‌ରେ ଗିଲ୍‌

ଥିରୁଅନନ୍ତପୁରମ, ୨୮।୮ (ପି.ଟି.): ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ଓ ଭାରତ-ଏ କ୍ରିକେଟ୍‌ ଦଳ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ମନୀଷ ପାଣ୍ଡେଙ୍କ ନେତୃତ୍ୱରେ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ଙ୍କ ଉପରେ ଏହି ସିରିଜରେ ନଜର ରହିବ। ନିକଟରେ ଭାରତ-ଏ ଦଳର ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଗିଲ୍‌ ଦମ୍‌ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ସିନିୟର ଦଳରେ ସ୍ଥାନ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ପଞ୍ଜାବର ଏହି ଷ୍ଟାଇଲିଶ ଡାହାଣହାତୀ ବ୍ୟାଟ୍ସମ୍ୟାନ ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଦିନିକିଆ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ଗିଲ୍‌ଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର ବିଜୟ ଶଙ୍କର, ଅଧିନାୟକ ପାଣ୍ଡେ, କ୍ରୁନାଲ ପାଣ୍ଡ୍ୟା ଦୁଇ ଦ୍ରୁତ ବୋଲର ଖଲିଲ୍‌ ଅହମ୍ମଦ ଓ ଦୀପକ ଚହରଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ। ଅପରପକ୍ଷରେ ତେମ୍ବା ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା-ଏ ଦଳରେ ରିଜା ହେଣ୍ଡ୍ରିକ୍ସ, ହେନରିକ କ୍ଲାସେନ, ଏନ୍‌ରିଚ୍‌ ନୋର୍ଟେଜଙ୍କ ପରି ପ୍ରମୁଖ ଖେଳାଳି ରହିଥିବାରୁ ସିରିଜ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

Share