Categories: ଖେଳ

ଦକ୍ଷିଣ ଆଫ୍ରିକା କ୍ରିକେଟର ପାର୍ଟନର ହେଲା ‘ଅମୁଲ’

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଭାରତ ଚଳିତ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଭାରତର ପ୍ରମୁଖ ଡାଏରୀ କମ୍ପାନୀ ‘ଅମୁଲ‘ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ପାର୍ଟନର ହୋଇଛି। ଏନେଇ ସୋମବାର ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଟି୨୦ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନଙ୍କ ଶାର୍ଟରେ ବିଶ୍ୱର ୭୩ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ‘ଅମୁଲ’ ଛାପା ସ୍ଥାନ ପାଇବ। ବର୍ଷା ଯୋଗୁ ଧର୍ମଶାଳାରେ ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି। ଦ୍ୱିତୀୟ ମ୍ୟାଚ ବୁଧବାର ମୋହଲିଠାରେ ଖେଳାଯିବାକୁ ଥିବାବେଳେ ସେପ୍ଟେମ୍ବର ୨୨ରେ ତୃତୀୟ ତଥା ଅନ୍ତିମ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ। ସିଏସଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଥବଙ୍ଗ ମୋରୋ କହିଛନ୍ତି, ଆମର ଇଣ୍ଟରନ୍ୟାଶନାଲ ମାର୍କେଟିଂ ପାର୍ଟନର ଆଇଟିଡବ୍ଲ୍ୟୁର ଉଦ୍ୟମକ୍ରମେ ଅମୁଲ କମ୍ପାନୀ ସହିତ ଚୁକ୍ତି ହୋଇ ପାରିଛି।

Share