Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସ୍ଥିତି ମଜଭୁତ୍‌: ଲଞ୍ଚ୍‌ ପର୍ଯ୍ୟନ୍ତ ସ୍କୋର ୩୨୪/୧

ବିଶାଖାପାଟଣା,୩।୧୦: ଏଠାରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ତାର ସ୍ଥିତି ମଜଭୁଲ କରିଛି। ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ବଳରେ ଭାରତ ଲଞ୍ଚ୍‌ ପର୍ଯ୍ୟନ୍ତ ଗୋଟିଏ ଉଇକେଟ୍‌ ହରାଇ ୩୨୪ ରନ୍‌ ସଂଗ୍ରହ କରିଛି। ରୋହିତ ୧୭୬ ରନରେ ଆଉଟ୍‌ ହୋଇଥିବାବେଳେ ମୟଙ୍କ ୧୩୮ ଏବଂ ଚେତେଶ୍ୱର ପୂଜାରା ୬ ରନ କରି କ୍ରିଜରେ ଅଛନ୍ତି। ପ୍ରଥମ ଦିନ ସ୍କୋର ୨୦୨ ରନ୍‌ରୁ ଖେଳ ଆରମ୍ଭ କରି ମୟଙ୍କ ନିଜ କ୍ୟାରିୟର ପ୍ରଥମ ଶତକ ପୂରଣ କରିଥିଲେ। ରୋହିତ ମଧ୍ୟ ୧୫୦ ପୂରଣ କରିବା ପରେ ଆଉଟ ହୋଇଥିଲେ।

Share