ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୯।୮ (ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ଗଜପତି ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଗଞ୍ଜାମ ଜିଲାର ଖଲିକୋଟ୍‌, କୋଦଳା, ପୁରୁଷୋତ୍ତମପୁର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ଶେରଗଡ଼, ଆସ୍କା, ଧରାକୋଟ ଏବଂ ଗଜପତି ଜିଲାର ମୋହନା ବ୍ଲକରେ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ଲାଗିରହିବ। ୨୨ ତାରିଖରୁ ବର୍ଷା ବୃଦ୍ଧି ପାଇବ ବୋଲି ପାଣପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share