Advertisement

ଦକ୍ଷିଣ କୋରିଆରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ସିଓଲ,୧୨ା୫: ଦକ୍ଷିଣ କୋରିଆରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସତର୍କ କରିଦିଆଯାଇଛି। କଟକଣା କୋହଳ ହେବା ପରେ ରବିବାର ସଂକ୍ରମଣ ମାସକ ମଧ୍ୟରେ ସର୍ବାଧିକ ରହିଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ କହିଛନ୍ତି, ସଂକ୍ରମଣ ସମ୍ପୂର୍ଣ୍ଣ ବନ୍ଦ ନ ହେବା ପର୍ଯ୍ୟନ୍ତ ବିପଦ ଟଳିଗଲା ବୋଲି କୁହାଯାଇପାରିବ ନାହିଁ। ଭୂତାଣୁ ଯେକୌଣସି ସମୟରେ ପୁଣି ଥରେ କାୟା ମେଲାଇପାରେ। ରବିବାର ଦକ୍ଷିଣ କୋରିଆରେ ୩୪ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି, ଯାହା କି ଏପ୍ରିଲ ୯ରୁ ଇତିମଧ୍ୟରେ ସର୍ବାଧିକ। ଏହି ଘଟଣା ପରେ ସିଓଲରେ ସମସ୍ତ ନାଇଟ୍‌ କ୍ଲବ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share