Advertisement

ଦକ୍ଷିଣ କୋରିଆରେ ପିଲାଙ୍କ ସଂଖ୍ୟା କମ୍‌ ଥିବାରୁ ବରିଷ୍ଠ ନାଗରିକ ଯାଉଛନ୍ତି ସ୍କୁଲ

ସିଓଲ,୨୯।୪: ଦକ୍ଷିଣ କୋରିଆରେ ଏବେ ଜନସଂଖ୍ୟା ଏତେ ପରିମାଣରେ କମିବାରେ ଲାଗିଛି ଯେ ଏଠାରେ ସ୍କୁଲ ଯିବା ପାଇଁ ପିଲାଙ୍କର ଅଭାବ ପରିଲକ୍ଷିତ ହେଉଛି। ତେଣୁ ନିଜ ନାତି ନାତୁଣୀଙ୍କ ସହ କେତେଜଣ ବରିଷ୍ଠ ନାଗରିକ ଏବେ ସ୍କୁଲ ଯାଇ ପାଠପଢୁଥିବା ପ୍ରକାଶ କରିଛନ୍ତି। ଏଠାରେ ଜଣେ ମହିଳା ଏକରୁ ଅଧିକ ସନ୍ତାନ ଜନ୍ମ କରିପାରିବ ନାହିଁ ବୋଲି ନିୟମ ଥିବା ବେଳେ ଅନ୍ୟପଟେ ବେରୋଜଗାରୀ ମଧ୍ୟ ଜନସଂଖ୍ୟା କମ୍‌ କରିବାର ଆଉ ଏକ କାରଣ ବୋଲି କୁହାଯାଉଛି। କାରଣ ରୋଜଗାର ଉଦ୍ଦେଶ୍ୟରେ ଅଧିକାଂଶ ଲୋକ ଦେଶ ଛାଡି ବାହାରକୁ ଚାଲି ଯାଉଛନ୍ତି। ଏବେ ଦକ୍ଷିଣ କୋରିଆ ବିଶ୍ୱର ସବୁଠାରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ଦେଶ ହେବାକୁ ଯାଉଛି। ତେଣୁ ପୂର୍ବରୁ ପାଠ ପଢି ନ ଥିବା ବରିଷ୍ଠ ନାଗରିକମାନେ ଏବେ ନିଜ ନାତି ନାତୁଣିଙ୍କ ସହ ପାଠ ପଢିବାର ଅବସର ପାଉଛନ୍ତି ବୋଲି କୁହନ୍ତି ୭୦ ବର୍ଷୀୟା ହଓ୍ବାଙ୍ଗ ଓ୍ବଲ ଜେୟମ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share