ସିଓଲ,୨୨।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ସଂକ୍ରମିତଙ୍କଠାରେ ଭୂତାଣୁ ଚିହ୍ନଟ ପାଇଁ କରାଯାଉଥିବା ପରୀକ୍ଷାରେ ଅଧିକ ସମୟ ଲାଗୁଛି। ଫଳରେ ଏହାକୁ ରୋକିବାରେ ବାଧା ସୃଷ୍ଟି ହେଉଛି। ତେବେ ଭୂତାଣୁ ଚିହ୍ନଟ କରିବା ଲାଗି ଦକ୍ଷିଣ କୋରିଆ ପକ୍ଷରୁ ୧୦ ମିନିଟ୍ ମଧ୍ୟରେ ଶେଷ ହେଉଥିବା ଏକ କିଟ୍ ପ୍ରସ୍ତୁତି ସମ୍ପର୍କରେ ଗବେଷଣା ଜାରି ରହିଛି। ଏଥିରେ ସଫଳତା ମିଳିଲେ ପ୍ରତି ସପ୍ତାହରେ ୩ ଲକ୍ଷ କିଟ୍ ଦକ୍ଷିଣ କୋରିଆ ଅନ୍ୟ ଦେଶକୁ ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି। ଏହା ଦ୍ୱାରା କରୋନାର ମୁକାବିଲା କରିବାରେ ସହାୟତା ମିଳିବ ବୋଲି କୁହାଯାଉଛି।