ଦକ୍ଷିଣ କୋରିଆ ଯାତ୍ରୀବାହୀ ବିମାନ ଉପରେ କଟକଣା ଜାରି କଲା ଭିଏତନାମ୍‌

ହନୋଇ,୨।୩: ଦକ୍ଷିଣ କୋରିଆରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭିଏତନାମ୍‌ ପକ୍ଷରୁ ଦକ୍ଷିଣ କୋରିଆ ବିମାନ ଉପରେ କଟକଣା ଜାରି କରାଯାଇଛି। ଦକ୍ଷିଣ କୋରିଆରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନକୁ ଭିଏତନାମ୍‌ ବାତିଲ କରିଛି। ଏନେଇ ଭିଏତନାମ୍‌ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଭିଏତନାମ୍‌ର ମୁଖ୍ୟ ବିମାନ ବନ୍ଦର ନୋଏ ବାଏ ଏବଂ ତାନ ସୋନ ନାହଟ୍‌ ପକ୍ଷରୁ ଦକ୍ଷିଣ କୋରିଆର ଯାତ୍ରୀବାହୀ ବିମାନ ଅବତରଣ କରାଇବାକୁ ବାରଣ କରାଯାଇଛି। ତେବେ ମାଲ ପରିବହନକାରୀ ବିମାନ ପୂର୍ବପରି ଅବତରଣ କରିପାରିବେ ବୋଲି କୁହାଯାଇଛି।

Share