ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ ଅନ୍ୟ ୩ ଆହତ ହୋଇଛନ୍ତି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି। ପିଲାଟସ୍‌ ପିସି-୧୨ ବିମାନଟି ଉଡିବାର କିଛି ସମୟ ମଧ୍ୟରେ ଚାମ୍ବରଲେନ ବିମାନ ବନ୍ଦରର କିଛି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ମୋଟ ୧୨ ଯାତ୍ରୀ ଥିଲେ। ଏବେ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି।

Share