ଦକ୍ଷିଣ ନାଇଜେରିଆରେ ୪ ପୋଲିସକର୍ମୀଙ୍କୁ ହତ୍ୟା

ଅବୁଜା,୨।୭: ଦକ୍ଷିଣ ନାଇଜେରିଆର ବୟେଲସାରେ ଥିବା ଏକ ପୋଲିସ ଷ୍ଟେଶନ ଭିତରେ ପଶି ଜଣେ ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିବାରୁ ପ୍ରାୟ ୪ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟ ପୋଲିସ ପ୍ରବକ୍ତା ଅସିନିମ ବୁଟ୍‌ସଓ୍ବାଟ୍‌ କହିଛନ୍ତି, ରାଜ୍ୟ ରାଜଧାନୀ ୟେନାଗୋଆର ଅଗୁଡାମା ଏକପିତିଆମା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ଜଣେ ଡିଭିଜନାଲ ଅଫିସର ଓ ୩ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଛି।

Share