ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ମଙ୍ଗଳବାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ଥିବା ଦକ୍ଷିଣ ପାର୍ଶ୍ୱ ମଠର ବ୍ୟବସାୟିକ କୋଠା ଉଚ୍ଛେଦ କରାଯାଉଛି। ୨ ପ୍ଲାଟୁନ ପୋଲିସ ଫୋର୍ସ ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋଠା ଭଙ୍ଗାଯାଉଛି। ଏଥିସହ ଗଡନ୍ତି ଛକରେ ମଧ୍ୟ ଘରୋଇ ପ୍ଲଟର କୋଠା ଭଙ୍ଗାଯାଉଛି। ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଜାରି ରହିଛି।

Share