Categories: ଜାତୀୟ

ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧୦ା୯: ଦକ୍ଷିଣ ଭାରତରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଦକ୍ଷିଣ ଭାରତରେ ପଶି ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସୋମବାର ସେନାକୁ ସୂଚନା ଦିଆଯାଇଥିଲା। ଗୁଜରାଟ ଉପକୂଳର ସାର୍‌ କ୍ରିକ୍‌ ଅଞ୍ଚଳରୁ କେତେକ ପରିତ୍ୟକ୍ତ ବୋଟ୍‌ ମିଳିବା ପରେ ଏଭଳି ସନ୍ଦେହ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଭାରତର ଉପକୂଳ ଅଞ୍ଚଳ ସୁରକ୍ଷା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଲାଗି ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ପଦକ୍ଷେପ ଗ୍ରହଣ କରାଯାଇଥିବା ସଦର୍ନ କମାଣ୍ଡର ଜେନେରାଲ ଅଫିସର୍‌ କମାଣ୍ଡିଂ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏସ୍‌.କେ. ସାଇନା ପ୍ରକାଶ କରିଛନ୍ତି। ଦକ୍ଷିଣ ଭାରତ ସହ ଭାରତ-ପାକ୍‌ ସୀମାରେ ସେନା ସଜାଗ୍‌ ରହିଥିବା ସେ ପ୍ରକାଶ କରିଛନ୍ତି।

Share