Categories: ଖେଳ

ଦକ୍ଷୀଣ ଏସୀୟ କ୍ରୀଡା: ସସ୍ମିତା, ସତ୍ୟଜିତଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)-
ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ୧୩ତମ ଦକ୍ଷୀଣ ଏସିୟ କ୍ରୀଡାର ଖୋ ଖୋ ବିଭାଗରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ପଦକଲାଭ କରିଛି। ପୁରୁଷ ଦଳ ବଙ୍ଗଳାଦେଶକୁ ହରାଇ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଭାରତୀୟ ମହିଳା ଦଳ ନେପାଳକୁ ହରାଇ ସ୍ବର୍ଣ୍ଣପଦକ ପାଇଛି। ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ସସ୍ମିତା ନାଥଶର୍ମା ଓ ସତ୍ୟଜିତ୍‌ ସିଂ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି।

Share