Categories: ଜାତୀୟ

ଦଙ୍ଗା ଦୋଷୀଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦିଙ୍କ ସହିତ ଦିଲ୍ଲୀ ଦଙ୍ଗା ଏବଂ କରୋନା ଭୂତାଣୁ ସଂକ୍ରମଣ ନେଇ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ଦେଶର ରାଜଧାନୀରେ ଏଭଳି ଦଙ୍ଗାକୁ କେବେ ମଧ୍ୟ ସହ୍ୟ କରାଯିବ ନାହିଁ ବୋଲି ସାକ୍ଷାତ ସମୟରେ ମୋଦି କହିଥିବା କେଜରିଓ୍ବାଲ ପ୍ରକାଶ କରିଛନ୍ତି।

Share