ଦଣ୍ଡାଧାର ଡ୍ୟାମରେ ବୁଡ଼ି ସହକାରୀ ମତ୍ସ୍ୟ ଅଧିକାରୀ ମୃତ

କାମାକ୍ଷାନଗର,୨୦ା୪- ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ଦଣ୍ଡାଧାର ଡ୍ୟାମରେ ବୁଡ଼ି କଙ୍କଡାହାଡ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ(୫୯)ଙ୍କ ମୃତ୍ୟୁ ଘଟିଛି । କଙ୍କଡାହାଡ ପୋଲିସ ସୋମବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରି ନଂ. ୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଧନଞ୍ଜୟ ଡ୍ୟାମକୁ ଯାଇ ଭିତରେ ଥିବା ଭାସମାନ ଘରେ ମାଛ ଚାଷ ଅନୁଧ୍ୟାନ କରୁଥିଲେ। ବାହାରକୁ ଆସିବା ବେଳେ ଗୋଡ଼ ଖସି ଯାଇ ସେ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ସନ୍ଧ୍ୟାରୁ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କ ପତ୍ତା ମିଳିପାରି ନ ଥିଲା। ସୋମବାର ସକାଳୁ ମୃତଦେହ ଡ୍ୟାମରେ ଭାସୁଥିବା ଦେଖିବାକୁ ମିଳିବା ପରେ ପୋଲିସ ଏହାକୁ ଉଦ୍ଧାର କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତାଙ୍କ ନିଜ ଘର ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଠାକରପାଲ ଗ୍ରାମରେ ବୋଲି ଜଣାପଡିଛି।

Share