ଦଣ୍ଡିତ ହୋଇପାରେ ଶ୍ରୀଲଙ୍କା

ଲଣ୍ଡନ,୧୬ା୬: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଶ୍ରୀଲଙ୍କା ଦଳକୁ ଦଣ୍ଡିତ କରିପାରେ। ପୂର୍ବ ଚାମ୍ପିୟନ ଶ୍ରୀଲଙ୍କା ଆଇସିସି ନିୟମ ଭଙ୍ଗ କରିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ୮୭ ରନ୍‌ ପରାଜୟ ବରଣ କରିବା ପରେ ଦିମୁଥ କରୁଣାରତ୍ନେଙ୍କ ଦଳର କୌଣସି ଖେଳାଳି ମିଡିଆ କନ୍‌ଫରେନ୍ସ ଓ ମିକ୍ସଡ୍‌ ଜୋନରେ ଯୋଗଦେଇ ନ ଥିଲେ। ଏଥିଯୋଗୁ ଦଳକୁ ଆଇସିସି ଦଣ୍ଡିତ କରିବ। ତେବେ କେଉଁ ଭଳି ଦଣ୍ଡବିଧାନ କରାଯିବ ସେ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। ଖେଳାଳିମାନେ ମିଡିଆ କନ୍‌ଫରେନ୍ସିରେ ଯୋଗ ଦେବାକୁ ଚାହୁଁ ନ ଥିବା ଶ୍ରୀଲଙ୍କା ପକ୍ଷରୁ କୁହାଯାଇଛି। ସେମାନଙ୍କ ସହ ଆଲୋଚନ କରାଯିବ ବୋଲି ଆଇସିସିର ପ୍ରବକ୍ତା କହିଛନ୍ତି। ଶ୍ରୀଲଙ୍କା ଦଳର ମ୍ୟାନେଜର ଆଶନ୍ଥା ଡେ ମେଲ ଚଳିତ ବିଶ୍ୱକପ୍‌ରେ ଉପଲବ୍ଧ ହୋଉଥିବା ସୁବିଧାରେ ଅସନ୍ତୋଷ ପ୍ରକାଶ କରିବା ପରେ ଖେଳାଳିମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଦଳ ଅପେକ୍ଷା କ୍ୱାଲିଟି ପିଚ୍‌ ଓ ପ୍ରାକ୍ଟିସ ଲାଗି ଭଲ ଗ୍ରାଉଣ୍ଡ ଦିଆଯାଇ ନାହିଁ। ଦଳୀୟ ଖେଳାଳି ରହୁଥିବା ବ୍ରିଷ୍ଟଲସ୍ଥିତ ହୋଟେଲରେ ସୁଇମିଂ ପୁଲର ଅଭାବ ରହିଛି ଓ କାର୍ଡିଫଠାରେ ଉପଯୁକ୍ତ ନେଟ୍ସ ସୁବିଧା ନାହିଁ। ସେହିଭଳି ଯିବା ଆସିବ ଲାଗି ଯୋଗାଇ ଦିଆଯାଇଥିବା ବସ ମଧ୍ୟ ଅନ୍ୟ ଦଳମାନେ ବ୍ୟବହାର କରୁଥିବା ବସଠାରୁ ନିମ୍ନମାନର ବୋଲି ସେ ଅଭିଯୋଗ କରିଛନ୍ତି।

Share