ଦଦ୍‌ରା ଘରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୮ା୮ (ଡି.ଏନ୍‌.ଏ):  ସରକାର ରାଜ୍‌କୋଷରୁ କୋଟି କୋଟି ଟଁକା ଖରଚ୍‌ କରି ୫ଶହ ଲୋକ୍‌ ସଂଖ୍ୟାରେ ଗୁଟେ ଲେଖେଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। କେନ୍ଦ୍ରରେ ୩ରୁ ୬ ବଛର୍‌ର ଛୁଆମାନେ ପାଠ୍‌ ପଢ଼ୁଥିଲାବେଲେ ଗରଭବତୀ ଆର ପ୍ରସୂତି ମହିଲାମାନକୁ ସେବା ପରଦାନ କରାଯାଉଛେ। ହେଲେ ଅନେକ ଜାଗାରେ ବିଭାଗୀୟ ଅବହେଲାର ଲାଗି ହିତାଧିକାରୀମାନେ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ସଦର ଗଁାରେ।
ସୂଚନା ହିସାବେ ଗଲା ୧୯୮୩ ସାଲୁ ଟଙ୍କପାଣିରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲି ଗଁାର ହିତାଧିକାରୀମାନକୁ ସେବା ଯୁଗେଇ ଆସୁଛେ। ଏହେଦେ ଇ କେନ୍ଦ୍ର ତରଫୁ ୧୨ ଝନ୍‌ ଗରଭବତୀ, ୧୫ ଝନ୍‌ ପ୍ରସୂତି, ୬ ମାସରୁ ୩ ବଛର୍‌ର ୭୨ ଛୁଆ ଆର ୪୦ ଝନ୍‌ ଛାତ୍ରୀଛାତ୍ରକୁ ପ୍ରିସ୍କୁଲ ଶିକ୍ଷା, ଏନ୍‌ଥେଇ ମୋଟ ୧୩୯ ଝନ୍‌ ହିତାଧିକାରୀକୁଁ ସେବା ଯୁଗେଇ ଦିଆଯାଉଛେ। ହେଲେ କେନ୍ଦ୍ରଟା ଆଏଜ୍‌ ବି ପୁରନାକାଲିଆ ଘରେ ଚାଲୁଛେ। କାଠ୍‌, ଖପରରେ ଛାଉନି ଥିବାର ଇ କେନ୍ଦ୍ରରର ଘରରଟା ଦିନୁ ଦିନ୍‌କେ ଦଦ୍‌ରା ହେଇ ଲାଗିଥିବାର କାଠ୍‌ ଯାକ ଲେଦ୍‌ନେଇ ଗଲାନ। ଯେନ୍‌ଟା ପ୍ରିସ୍କୁଲ ଛାତ୍ରୀଛାତ୍ରକଁର ଜୀବନ୍‌ ପରତି ବିପଦ ସୁରୁଷ୍‌ଟି କରୁଛେ। ଝରକା କବାଟ ବି ଭାଂଗି ଯାଇଛେ। ଫିମାସ ଇଠାନେ ଟୀକାକରନରୁ ମୂଲ କରି ସୁଆସ୍‌ତିଅ ସେବା କାଯ୍‌କରମ ମାନ ଚାଲୁଛେ। ଇ କାଯ୍‌କରମ ମାନକେ ଆସୁଥିବାର ଜନସାଧାରନ ବି ନାନା ସମସିଆର ସାମନା କରୁଛନ୍‌। ଏହେଦେ ବରଷା ମାସ ଚାଲିଥିଲାବେଲେ ଅଲପ୍‌ ବରଷାରେ ଦରୋ ଦରୋ ପାଏନ୍‌ ଗଲି ଘରଟା ଦହଲି ଛୁଟିଯାଉଛେ। ଫିମାସ କେନ୍ଦ୍ରର ଥିତି ବାବ୍‌ଦେ ଅଙ୍ଗନଓ୍ବାଡି କରମୀ ମାସିକ ପ୍ରଗତି ପତରରେ ଦରଶଉଛନ୍‌। ହେଲେ କେନ୍ଦ୍ରର ଲାଗି ନୂତନ ଘର ତିଆର କରବାର ଦିଗେ ପଦକ୍ଷେପ ନାଇଁ ନିଆଯିବାର। ଖାଲି ମରାମତିରେ କାମ୍‌ ଚଲାଯାଉଛେ। ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।