Advertisement

ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୧୪।୧: କେନ୍ଦୁଝର ଜିଲା ତେଲକୋଇ ଥାନା କୁଣ୍ତେଇହତା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବନବିଭାଗ ଏବଂ ଗ୍ରାମବାସୀ ଦନ୍ତା ହାତୀଟିକୁ ଘୋଉଡ଼ାଉ ଥିବାବେଳେ ବିଜୟ କୁମାର ପ୍ରଧାନ(୪୨) ସେମାନଙ୍କ ପାଟି ଶୁଣି ଘରୁ ବାହାରି ଆସୁ ଥିବାବେଳେ ହାତୀଟି ହଠାତ୍‌ ଘରକୁ ପଶିଯାଇ ପ୍ରଥମେ ଶଣ୍ତରେ କଚ଼ାଡି ଦେଇଥିଲା। ପରେ ଗୋଡ଼ରେ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଫରେଷ୍ଟ ଗାଡ଼ିରେ ତେଲକୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ସଙ୍କଟାପନ୍ନ ହେବାରୁ ସରକାରୀ ୧୦୮ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: kendujhar'