Categories: ମେଟ୍ରୋ

ଦନ୍ତାହାତୀ ୪ ଘର ଭାଙ୍ଗିଲା

ଟାଙ୍ଗୀ(କଟକ),୧୯ା୭(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ମୌଜା ଧାନବେଣୀ ଆଦିବାସୀ ବସ୍ତିର ଧୁନା ପିଙ୍ଗୁଆ, କଇରି ପିଙ୍ଗୁଆ, ରଶ୍ମି ସିଦ୍ଧୁ ଓ ନାଲୁଆ ପୂର୍ତ୍ତିଙ୍କ ଘର ଭାଙ୍ଗିଦେଇଛି। ଖାଦ୍ୟ ଅନ୍ବେଷଣରେ ହାତୀ ଗ୍ରାମ ମୁହଁା ହୋଇ ଫେରିଯାଇଥିବା ବନପାଳ ଚନ୍ଦ୍ରଶେଖର ଦାଶ କହିଛନ୍ତି। ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ଅଧୀନ ଏହି ଅଞ୍ଚଳରେ ହାତୀଙ୍କ ଉପତ୍ାତ ଦେଖିବାକୁ ମିଳିଥାଏ। ମାତ୍ର ସାମୁଦ୍ରିକ ଝଡ ‘ଫନୀ’ ପରେ ହାତୀପଲ ଆସିବା କମିଥିଲେ ମଧ୍ୟ ଗୋଟିଏ ଦନ୍ତା ହାତୀ ସ୍ଥାନୀୟ କାଳିଆମ୍ବା ଜଙ୍ଗଲରେ ରହୁଛି। ସଞ୍ଜ ନଇଁଲେ ବସ୍ତି ତଥା ଗଁା ମୁହଁା ହେଉଥିବା ବନପାଳ ଦାଶ କହିଛନ୍ତି। ସ୍ଥାନୀୟ ସମିତି ସଭ୍ୟ ରାଜେଶ ରଞ୍ଜନ ଷଡ଼ଙ୍ଗୀ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିବା ସହ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦାବି କରିଛନ୍ତି।

Share