ଦନ୍ତା ଆକ୍ରମଣରେ ଦୁଇ ଆହତ

ବଡ଼ସାହି,୫ା୨(ସ୍ବ.ପ୍ର)- ବଡ଼ସାହି ଥାନା ଅଧୀନ ଦେଉଳିଆ ପଞ୍ଚାୟତ ଗଦଗଦି ଗ୍ରାମର ଦୁଇ ମହିଳା ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି ା ମହିଳା ଦ୍ୱୟ ହେଲେ ସେହି ଗ୍ରାମର ଲକ୍ଷ୍ମୀ ଟୁଡୁ ଓ କାପୁରା ହେମ୍ବ୍ରମ ା ବନବିଭାଗ ପକ୍ଷରୁ ଆହତମାନଙ୍କୁ ବାରିପଦା ପିଆର୍‌ଏମ ମେଡିକାଲରେ ଭର୍ତ୍ତି କକରାଯାଇଛି ା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ ଖାଇବାକୁ ଖଳା ମଧ୍ୟକୁ ପଶିଆସିଥିଲା ା ବାରଣ୍ଡାରେ ଶୋଇଥିବା ମହିଳାମାନେ ହାତୀର ଶବ୍ଦ ଶୁଣି ଜୀବନ ବଞ୍ଚାଇବାକୁ ଦୌଡିଥିଲେ ା ମାତ୍ର ଦନ୍ତାଟି ସେମାନଙ୍କୁ ଗୋଡାଇବା ସହ ଶୁଣ୍ଢରେ ଆକ୍ରମଣ କରିଥିଲା ା ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ଖବରପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ା ତେବେ ଦୀର୍ଘ ଦିନ ଧରି ଦନ୍ତାଟି ଗାଁ ଗଣ୍ଡାରେ ପଶି ଉପତ୍ାତ ଚଳାଇ ଆସୁଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଫଳରେ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି ା ଖୁବଶୀଘ୍ର ଦନ୍ତାର ଗତିବିଧିକୁ ଲକ୍ଷ୍ୟ କରି ଶିମିଳିପାଳ ଜଙ୍ଗଲରେ ଛାଡିବାକୁ ଜନସାଧାରଣ ଦାବି କରିଛନ୍ତି ା