ଦନ୍ତା ଆକ୍ରମଣରେ ବୃଦ୍ଧାଙ୍କ ଜୀବନଗଲା

ବାରିପଦା ଅଫିସ,୨୫।୧୨: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବନାଞ୍ଚଳ ଅଧୀନ ଗୋଶାଣିପାଳ ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସ୍ନେହଲତା ସେଠୀ (୬୫)। ସେ ସକାଳୁ ଗ୍ରାମ ନିକଟସ୍ଥ କାତରା ନଦୀକୁ ଶୌଚ ହେବାକୁ ଆସିଥିବା ସମୟରେ ପଛପଟୁ ଦନ୍ତା ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବାଙ୍ଗିରିପୋଷି ବନାଞ୍ଚଳ ଅଧିକାରୀ ତପନ ଦାସ ଓ ଥାନାଧିକାରୀ ଦୟାନିଧି ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଛନ୍ତି। କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାର ଲୋକଙ୍କୁ ବନବିଭାଗ ତରଫରୁ ୪୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି।

Share