ଦନ୍ତା ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ସମ୍ବଲପୁର, ୧।୪ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଯୁଯୁମୁରା ଥାନା କୋଲଗାଁରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ କେଶାପାଲି ସରପଞ୍ଚଙ୍କ ମା’ ଉର୍ମିଳା ମିର୍ଞ୍ଚା (୬୫) ଓ ଭାଣିଜୀ ରଶ୍ମିତା ମାଝି (୧୨)। ଗୁରୁତର ହେଲେ ବାପା କନ୍ଧ ମିର୍ଞ୍ଚା (୭୦)।
ସୂଚନାଯୋଗ୍ୟ, ଖାଦ୍ୟ ଅନ୍ବେଷଣରେ ଏକ ଦନ୍ତା ମଙ୍ଗଳବାର ବିଳମ୍ବିତ ରାତିରେ କୋଲଗାଁକୁ ଆସିଥିଲା। ସରପଞ୍ଚଙ୍କ ଘରର କାନ୍ଥକୁ ଭାଙ୍ଗି ଦେଇଥିଲା। ଫଳରେ ଘରେ ଶୋଇଥିବା ଉର୍ମିଳା, ରଶ୍ମିତା ଓ କନ୍ଧଙ୍କ ଉପରେ କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଘଟଣା ସ୍ଥଳରେ ଉର୍ମିଳା ଓ ରଶ୍ମିତାଙ୍କ ମୃତ୍ୟୁ ଘଟିଛି। ଗୁରୁତର କନ୍ଧଙ୍କୁ ଚିକିତ୍ସା ପାଇଁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚତ୍ ତଦନ୍ତ ଚଳାଇଛି। ତେବେ ହାତୀଟି ଚାଲିଯାଇଥିବା ଜଣାପଡ଼ିଛି।

Share