ଦନ୍ତା ଉତ୍ପାତ, ସନ୍ଧ୍ୟା ହେଲେ ରାସ୍ତା ଶୂନଶାନ

କୁଆମରା,୭ା୧(ଡ଼ି.ଏନ୍‌.ଏ.)- ବାଟବଣା ହୋଇ ଘୁରି ବୁଲୁଥିବା ଦନ୍ତା ଉତ୍ପାତ ଆରମ୍ଭ କରିଛି। ଗୋପବନ୍ଧୁ ନଗର ଓ ବଡସାହି ବ୍ଲକ ସୀମା କାହ୍ନୁପୁରା ଜଙ୍ଗଲରେ ୫ ଦିନ ହେବ ଦନ୍ତାଟି ରହୁଛି। ରାତି ହେଲେ ଆଖପାଖ ଗ୍ରାମରେ ଉତ୍ପାତ କରୁଛି। ଫଳରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଶୁନଶାନ ହୋଇ ପଡୁଛି। ରବିବାରଠାରୁ ବାଲିଚିଲିମା, ନୂଆସାହି ଓ ବାଗୁଡିସାହି ଗ୍ରାମର ବିଭିନ୍ନ ଲୋକଙ୍କ ଧାନ ଖଳାରେ ପଶି କ୍ଷୟକ୍ଷତି ଘଟାଇ ଥିବା ଜଣାପଡ଼ିଛି। ଦନ୍ତା ପାଇଁ ଗତ ୨ ତାରିଖଠାରୁ ରାତି ସମୟରେ ଅଞ୍ଚଳରେ ବିଦ୍ୟୁତ୍‌ କାଟ୍‌ କରାଯାଉଛି। ତେବେ ସୋମବାର ଅପରାହ୍ନରେ ବାରିପଦା ଓ ବଡସାହି ବନବିଭାଗ କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଦନ୍ତାକୁ ଠାବ କରିବା ସହ ଘଉଡାଇବାକୁ ଚେଷ୍ଟା ଜାରି ରଖିଛନ୍ତି।

Share