ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ  ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତଜଣଙ୍କ ହେଲେ ଜେଜେମା ସାଇବାଣୀ ସିଂହ  ଓ ଆହତ ଜଣଙ୍କ ହେଲେ ତାଙ୍କ ନାତୁଣୀ ସରସ୍ବତୀ । ଗୁରୁତର ଅବସ୍ଥାରେ ସରସ୍ବତୀଙ୍କୁ ଉଦ୍ଧାର କରାଯାଇ ବାରିପଦା ପି.ଆର.ଏମ୍‌. ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡରୁ ଆସିଥିବା ଏହି ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇଥିବା ବେଳେ ଏହି ଅଘଟଣ ଘଟିଛି।

Share